ଆଗାମୀ ଦିନରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ: ଡବ୍ଲ୍ୟୁଏଚ୍‌ଓ

0 355
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଜେନେଭା ୧୪/୦୭: ଆଗାମୀ ଦିନରେ ପୃଥିବୀରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଏଡ଼ନୋମ୍‌ ଗେବ୍ରିୟେସସ୍‌ କହିଛନ୍ତି ଯେ, ଲୋକ ସଚେତନ ହେଉ ନ ଥିବାରୁ ଦିନକୁ ଦିନ ପୃଥିବୀରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସାମାଜିକ ଦୂରତା ବଜାୟ ରଖିବା, ଘରୁ ବାହାରକୁ ଗଲେ ମାସ୍କ ବ୍ୟବହାର କରିବା ଏବଂ ନିୟମିତ ସମୟ ବ୍ୟବଧାନରେ ହାତ ଧୋଇବା ଆଦି ମାର୍ଗଦର୍ଶିକାକୁ ଲୋକେ ଠିକ୍‌ ଭାବେ ପାଳନ ନ କରିବାରୁ ସଂକ୍ରମଣ ଥମୁ ନ ଥିବା ସେ କହିଛନ୍ତି।

ଉତ୍ତର ଏବଂ ଦକ୍ଷିଣ ଆମେରିକା ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ କବଳରୁ ମୁକ୍ତି ପାଇ ପାରିନାହିଁ। ଏଭଳି ବିକଶିତ ଅଞ୍ଚଳର ସ୍ଥିତି ଏଭଳି ରହିଥିବା ସ୍ଥଳେ ପୃଥିବୀର ଅନଗ୍ରସର ଅଞ୍ଚଳରେ କରୋନାର ପ୍ରଭାବ କିଭଳି ହେବ ତାହା ଅନୁମାନ କରାଯାଇ ପାରୁଛି।

ଜନ୍‌ ହୋପକିନ୍ସ୍‌ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁସାରେ ଆମେରିକାରେ କରୋନା ଅଣାୟତ୍ତ ହେବାରେ ଲାଗିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ଲକ୍ଷେ ୩୫ ହଜାରରୁ ଅଧିକଙ୍କ ମୃତ୍ୟୁ ଘଟିଛି। ପୃଥିବୀର ଅନ୍ୟ ରାଷ୍ଟ୍ରରେ ମଧ୍ୟ କରୋନା ସଂକ୍ରମଣ ସ୍ଥିତି ଖରାପ ରହିଥିବା ଗେବ୍ରିୟେସସ୍‌ କହିଛନ୍ତି।

Leave A Reply

Your email address will not be published.

ten − 1 =

error: Content is protected !!
Open chat