କଂଗ୍ରେସରେ ନିଷ୍ଠା ମାନେ ଗେହଲଟଙ୍କ ଗୁଲାମି

0 379
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭: ସକାଳେ ହେବାକୁ ଥିବା ରାଜସ୍ଥାନ କଂଗ୍ରେସ ବିଧାୟକର ଦଳ ବୈଠକରେ ଯୋଗ ଦେବେନି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ବିଳମ୍ୱିତ ରାତ୍ରିରେ ତାଙ୍କ ଅଫିସ ତରଫରୁ ଏହି ସୂଚନା ମିଳିଛି। ଅନ୍ୟପଟେ ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି ଗେହଲଟ ସରକାରଙ୍କ ପାଖରେ ୧୦୯ ବିଧାୟକଙ୍କ ସମର୍ଥନ ରହିଛି। ସଚିନ ଏବଂ ତାଙ୍କ ସମର୍ଥକଙ୍କ ପାଇଁ ଦ୍ୱାରା ଖୋଲା ଅଛି। ତେବେ ଘୋଡା ବେପାର ଆଶଙ୍କା କରି ବିଧାୟକଙ୍କୁ ଏକ ରିସୋର୍ଟରେ ରଖିଛନ୍ତି।

ଅନ୍ୟପଟେ ସଚିନ ପାଇଲଟଙ୍କ ଅଫିସ ମଧ୍ୟ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ସଚିନଙ୍କ ପାଖରେ ୧୬ ବିଧାୟକ ରହିଥିବା ସୂଚନା ରହିଛି। । ତେବେ ଭିଡିଓରେ ପାଇଲଟ ନଥିବା ଦେଖିବାକୁ ମିଳିଛି। ସଚିନଙ୍କ ସମର୍ଥକ ବିଧାୟକ ମୁକେଶ ଭାକର ଟୁଇଟ୍ କରି କହିଛନ୍ତି, “କଂଗ୍ରେସର ନିଷ୍ଠାର ଅର୍ଥ ଅଶୋକ ଗେହଲଟଙ୍କ ଗୁଲାମି। ଏହାକୁ ଆମେ ସ୍ୱୀକାର କରିବୁ ନାହିଁ”।

ହେଲେ ମୋଟ୍ ୩୦ ଜଣ ବିଧାୟକ ସଚିନଙ୍କ ପାଖରେ ଥିବା ଦାବି କରିଛି ତାଙ୍କ ଅଫିସ। ଯଦି ଗେହଲଟଙ୍କ ସମର୍ଥନରେ ୧୦୯ ବିଧାୟକ ରହିଛନ୍ତି ତା’ହେଲେ ବିଧାୟକଙ୍କ ପାଇଁ ବାଟ ଖୋଲା ରହିଛିର ମାନେ କ’ଣ? ଅସଲରେ ଗେହଲଟ ସରକାର ବିଧାୟକ ସଂଖ୍ୟାକୁ ନେଇ ବିଚଳିତ ନୁହନ୍ତି ତ?

Leave A Reply

Your email address will not be published.

1 × one =

error: Content is protected !!
Open chat