କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଦୈନିକ ୨୪୦ ଟଙ୍କାର ଖାଦ୍ୟ ଭତ୍ତା ଦେବାକୁ ରାଜ୍ୟ ସରକାର ଙ୍କ ଘୋଷଣା

0 373
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୭: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ  ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ ହେଲଥ୍ ସେଣ୍ଟର ଓ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ(ସବୁ ବର୍ଗର)ଙ୍କୁ ଏହି ୨୪୦ଟଙ୍କାର ଖାଦ୍ୟ ଭତ୍ତା ମିଳିବ। ଏହି ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ। ତେବେ ଏହି ମୂଲ୍ୟର ଆକାରରେ କେବଳ ଖାଦ୍ୟ ଦିଆଯିବ ଓ କୌଣସି ପ୍ରକାରର ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାରରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲଙ୍କୁ ଦୈନିକ ୨୪୦ଟଙ୍କା ଖାଦ୍ୟ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ ଲାଗୁ କରିବାକୁ କୁହାଯାଇଛି। କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଏହି ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ଯେଭଳି ଗୁଣାତ୍ମକ ମାନର ଖାଦ୍ୟ ଖାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

Leave A Reply

Your email address will not be published.

fifteen − 7 =

error: Content is protected !!
Open chat