ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ :ପ୍ରଭୁ ଶ୍ରୀରାମ ଭାରତୀୟ ନୁହେଁ ନେପାଳି ଥିଲେ,ନେପାଳରେ ରହିଛି ପ୍ରକୃତ ଅଯୋଧ୍ୟା

0 413
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭: ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ଓ ଶ୍ରୀରାମ ନେପାଳୀ। ପ୍ରକୃତ ଅଯୋଧ୍ୟା ଭାରତରେ ନୁହେଁ ବରଂ ନେପାଳରେ ରହିଛି ଏବଂ ଭଗବାନ ରାମଚନ୍ଦ୍ର ଭାରତୀୟ ନୁହଁନ୍ତି, ସେ ଜଣେ ନେପାଳୀ । ଏଭଳି ବିବାଦୀୟ ବୟାନ ରଖିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ।

ଭାରତ ବିରୋଧୀ ଆଭିମୁଖ୍ୟ ରଖିଥିବା ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଏହି ବିବାଦୟ ମନ୍ତବ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ଭାରତର ଲିପୁଲେଖ-କଳାପାଣି ଅଞ୍ଚଳକୁ ନିଜର ବୋଲି ଦାବି କରିବା ପରେ ଏବେ ଏଭଳି ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି। ପ୍ରଧାନମନ୍ତ୍ରୀ ନିବାସରେ ଭାନୁ ଜୟନ୍ତୀ ଅବସରରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି ଭାରତ ବିରୋଧରେ ସାଂସ୍କୃତିକ ତଥ୍ୟ ଅତିକ୍ରମଣର ଅଭିଯୋଗ ଲଗାଇଥିଲେ।

ସେ ଦାବି କରିଛନ୍ତି ଯେ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଭାରତର ଉତ୍ତରପ୍ରଦେଶ ନୁହେଁ ବରଂ ନେପାଳର ବାଲ୍ମିକୀ ଆଶ୍ରମ ପାଖରେ ନେପାଳୀ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଓଲି କହିଛନ୍ତି କି ଆମେ ଆଜି ପର୍ଯ୍ୟନ୍ତ ଭ୍ରମରେ ଥିଲୁ ଯେ ସୀତାଙ୍କ ବିବାହ ଯେଉଁ ଭଗବାନ ଶ୍ରୀରାମଙ୍କ ସହ ହୋଇଥିଲା, ସେ ଭାରତୀୟ କିନ୍ତୁ ପ୍ରକୃତରେ ଭଗବାନ ଶ୍ରୀରାମ ଭାରତୀୟ ନୁହନ୍ତି, ନେପାଳୀ।

ଗତ ସପ୍ତାହରେ ନେପାଳ ସରକାର ଦୂରଦର୍ଶନ ବ୍ୟତୀତ ସମସ୍ତ ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରିଦେଇଛନ୍ତି । ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଉଠିବାରେ ଲାଗିଛିା

ଓଲିଙ୍କ ଏଇ ମନ୍ତବ୍ୟକୁ ନେଇ ପୁଣି ଏକ ବଡ଼ ବିବାଦ ଠିଆ ହୋଇଛି। ତେବେ ଓଲିଙ୍କ ଏଭଳି ବୟାନଙ୍କୁ ଅଯୋଧ୍ୟାର ସାଧୁସଂନ୍ଥ ନିନ୍ଦା କରିଛନ୍ତି।

Leave A Reply

Your email address will not be published.

seventeen + two =

error: Content is protected !!
Open chat