ଚାନ୍ଦବାଲି ବ୍ଲକ ଭାଟପଡ଼ା: ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଟ୍ରିକ ବୋର୍ଡ଼ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଗଲା
ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୬/୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡ଼ାର ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାଟ୍ରିକ (ଦଶମ) ବୋର୍ଡ଼ ପରୀକ୍ଷାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଭାଟପଡା ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସମେତ ଟ୍ରଷ୍ଟର ସଭାପତି ତଥା ଶିକ୍ଷାବିତ ବଳରାମ ମିଶ୍ର ଯୋଗଦାନ କରି ଦଶମ ବୋର୍ଡ଼ ପରୀକ୍ଷାରେ ୯୩ ଶତକଡା ମାର୍କ ରଖି ଚାନ୍ଦବାଲି ବ୍ଲକର ଟପ୍ପର ହୋଇଥିବା ମହୁଲିଆ ପଂଚାୟତର ସମ୍ବିତ ମଲ୍ଲିକଙ୍କ ସମେତ ଭାଟପଡାର ଦୋଳମଣ୍ଡପ ହାଇସ୍କୁଲର ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣେ ଛାତ୍ର ଓ ଅନ୍ୟ ଜଣେ ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛି ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ। ଶିକ୍ଷାର ବିକାଶ ତଥା ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଏହି ଟ୍ରଷ୍ଟ ସବୁବେଳେ କାମ କରି ଆସୁଛିି ତଥା ଆଗାମୀ ଦିନରେ ମଧ୍ୟ କାମ କରିବ ବୋଲି ଟ୍ରଷ୍ଟର ଆବାହକ ପ୍ରକାଶ କରିଛନ୍ତି ।