ଯୌନକର୍ମୀଙ୍କ ପାଇଁ ଖୁସି ଖବର – ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

0 407
greentech

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଯୌନ କର୍ମୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କୋଭିଡ଼-୧୯ ସମୟରେ ଯୌନକର୍ମୀମାନେ ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ଏଭଳି ସମୟରେ ଯୌନକର୍ମୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଏପରି ନିର୍ଦ୍ଦେଶକୁ ଓଡ଼ିଶା ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ସ୍ୱାଗତ କରିଛନ୍ତି । ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପୂର୍ବରୁ ରାଜ୍ୟ ମାନବିକ ଅଧିକାର ମଧ୍ୟ ଯୌନକର୍ମୀଙ୍କୁ ସହାୟତାର ହାତ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ରାଜ୍ୟ ସରକାର ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଓଡ଼ିଶା ପତିତ ଉଦ୍ଧାର ସମିତି ଦୀର୍ଘ ୨୨ବର୍ଷ ଧରି ଯୌନ କର୍ମୀ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି । ଯୌନ କର୍ମୀଙ୍କ ଥଇଥାନ ଲାଗି ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାର ଆଜି ସବୁ ବର୍ଗର ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥିବା ବେଳେ ଯୌନକର୍ମୀ ମାନଙ୍କ ପ୍ରତି ଅବହେଳା ଦେଖାଉଛନ୍ତି । ମହିଳା ମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିଆସୁଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯୌନକର୍ମୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.

four × two =

error: Content is protected !!
Open chat