ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ରେ ଭୂମିପୂଜା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ପୂର୍ବରୁ କରୋନା ମହାମାରୀ ଯୋଗୁଁ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ପାଇଁ ଦୁଇଟି ନୂଆ ତାରିଖ ଆପାତଃ ସ୍ଥିର ହୋଇଥିଲା । ଅଗଷ୍ଟ ୩ କିମ୍ବା ୫ ତାରିଖରେ ଭୂମିପୂଜା ଅନୁଷ୍ଠିତ ହେବ ବୋଲି ପୂର୍ବରୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଥିବା ବେଳେ ଆଜି ଭୂମିପୂଜା ପାଇଁ ତାରିଖ ଧାର୍ଯ୍ୟ ହୋଇଛି | ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଭୂମିପୂଜା ହେବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି | ଭୂମିପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବା ସହ ପ୍ରାୟ ୨୦୦ ଲୋକ ଏଥିରେ ଯୋଗ ଦେବେ ବୋଲି ଜଣା ପଡିଛି |
![](https://i0.wp.com/kalingajyoti.com/wp-content/uploads/2020/07/u6tutu.jpg?resize=539%2C302&ssl=1)
କୋଭିଡ -୧୯ ମହାମାରୀ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସର୍ବାଧିକ ସାମାଜିକ ଦୂରତା ସୁନିଶ୍ଚିତ କରିବା ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଷ୍ପତ୍ତି ନେଇଛନ୍ତି ଯେ, ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ନିମନ୍ତ୍ରଣ ହୋଇଥିବା ୧୫୦ଜଣଙ୍କ ସମେତ ୨୦୦ରୁ ଅଧିକ ଲୋକ ରହିବେ ନାହିଁ। ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ଭଗବାନ ରାମ ଏବଂ ଅଯୋଧ୍ୟାରେ ହନୁମାନ ଗରହି ମନ୍ଦିରରେ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରିବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି।
ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥାନରେ ତିନି ଦିନିଆ ରୀତିନୀତି ପାଇଁ ବିସ୍ତୃତ ପ୍ରସ୍ତୁତି ଯୋଜନା କରାଯାଇଛି। ରୀତିନୀତି ଅଗଷ୍ଟ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୫ରେ ଏକ ‘ଭୂମିପୂଜା’ ସହିତ ଶେଷ ହେବ | ପ୍ରଧାନମନ୍ତ୍ରୀଙ୍କ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହର ସମୟ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ଏବଂ ଅଗଷ୍ଟ ୫ରେ ସବୁଠାରୁ ଶୁଭ ସମୟ ଅପରାହ୍ନ ୧୨.୧୫ରେ ଭୂମିପୂଜା ହେବ ବୋଲି ମନୋନୀତ ହୋଇଥିବା କହିଛନ୍ତି ମହନ୍ତ ନିତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ ।
![राम मंदिर ट्रस्ट की पहली बैठक में ...](https://i0.wp.com/images.news18.com/ibnkhabar/uploads/2020/02/ram_mandir_trust-1.jpg?w=1170&ssl=1)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ। ଏ ନେଇ ଅଯୋଧ୍ୟାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିରେ ଯୋଗ ଦେବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ। ସେ କହିଛନ୍ତି ଯେ ଶିଳାନ୍ୟାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ଭଗବାନ ରାମ ଏବଂ ହନୁମାନ ମନ୍ଦିରରେ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ।
ଏଥି ସହିତ ମଙ୍ଗଳବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରସ୍ତାବିତ ନୂତନ ମନ୍ଦିରର ଡିଜାଇନ୍ ପ୍ରସ୍ତୁତ ହୋଇଛି। ଟ୍ରଷ୍ଟ ଏହି ମନ୍ଦିରର ନାମ ଶ୍ରୀରାମ ଜନ୍ମଭୂମି ମନ୍ଦିର ରଖିଛି। ଏହି ମନ୍ଦିରର ଆକାର ବର୍ତ୍ତମାନ ୮୪ ହଜାର ୬ ଶହ ବର୍ଗଫୁଟକୁ ବୃଦ୍ଧି ପାଇଛି, ଯାହା ପୂର୍ବ ପ୍ରସ୍ତାବିତ ମନ୍ଦିରର ଦୁଇଗୁଣଠାରୁ ପ୍ରାୟ ୧୦ ହଜାର ବର୍ଗଫୁଟ ବଡ ଅଟେ। ନୂତନ ମନ୍ଦିର ଢାଞ୍ଚାରେ କୀର୍ତ୍ତନ ଏବଂ ପ୍ରାର୍ଥନା ପାଇଁ ମଧ୍ୟ ମଣ୍ଡପ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ମନ୍ଦିରରେ ୨୦ ହଜାର ଭକ୍ତଙ୍କ ସମାଗମ କ୍ଷମତା ଥିବା ବେଳେ ବର୍ତ୍ତମାନ ୫୦ ହଜାରରୁ ଅଧିକ ଲୋକ ଏକାଠି ପୂଜା କରିପାରିବା ଭଳି ବ୍ୟବସ୍ଥା କରାଯାଇଛି।
ରାମ ମନ୍ଦିର ଶିଳାନ୍ୟାସ ସମୟରେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ ଏବଂ ସେଥି ପାଇଁ ୧୫୦ ଜଣ ନିମନ୍ତ୍ରିତ ବ୍ୟକ୍ତିଙ୍କ ସମେତ ମୋଟ ୨୦୦ ଜଣ ଏହି ଉତ୍ସବରେ ଉପସ୍ଥିତ ରହିବେ ବୋଲି ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି। ବାରାଣାସୀ ଏବଂ ଅଯୋଧ୍ୟାରୁ ଆସିଥିବା ୧୧ ଜଣିଆ ପୁରୋହିତ ଦଳ ତିନି ଦିନିଆ ରୀତିନୀତି କରିବେ। ଏହି ସମଗ୍ର ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀର ପୁରୋହିତମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ।