୧,୭୦୯ ଜଣ ପୁଲିସ କର୍ମଚାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’

0 701
greentech

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୧,୭୦୯ ଜଣ ପୁଲିସ୍ କର୍ମଚାରୀ ଓ ଅଧିକାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’ ପ୍ରଦାନ କରାଯିବ। ଏନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାସହ ପଦକ ପ୍ରଦାନ ଲାଗି ପୁଲିସ ମହାନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। ଏନେଇ ଟ୍ବିଟ କରିବା ସହ ପଦକ ପାଇବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି।

Leave A Reply

Your email address will not be published.

13 + 13 =

error: Content is protected !!
Open chat