Yearly Archives

2021

ଆଜି ହେବ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ଶେଷକୃତ୍ୟ

ଭୋପାଳ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତାମିଲନାଡୁର କୁନ୍ନୁର ଠାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁଧବାର ପ୍ରାଣ ହରାଇଥିବା ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ପାର୍ଥିବ ଶରୀର ଗୁରୁବାର ବେଙ୍ଗାଲୁରୁରୁ ଭୋପାଳ ଅଣାଯାଇଛି । ମୃତଦେହ ଭୋପାଳର ଭୋଜରାଜ ବିମାନବନ୍ଦରରେ

ମହାପ୍ରୟାଣରେ ସତ୍‌ସଙ୍ଗର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦା

ଦୁର୍ଗାପୁର/ଭୁବନେଶ୍ୱର ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୋଟି ହୃଦୟର ଆରାଧ୍ୟ ‘ସତ୍‌ସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି। ୧୬ ତାରିଖ ଗୁରୁବାର ସକାଳ ୯.୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ୮୯ ବର୍ଷ ବୟସରେ

ବଦଳିଲା ନିୟମ: ୨୧ ବର୍ଷ ପୂର୍ବରୁ ଝିଅଙ୍କ ବିବାହ ମନା, ପ୍ରଚଳିତ ୩ ଆଇନରେ ଅଣାଯିବ ସଂଶୋଧନ

ନୂଆଦିଲ୍ଲୀ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ୨୧ ବର୍ଷକୁ ବୃଦ୍ଧି ପାଇବ । ବର୍ତ୍ତମାନ ଏହା ୧୮ ବର୍ଷ ରହିଛି । ବୟସସୀମା ବଢ଼ାଇବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ସୂତ୍ର ମୁତାବକ, ଏ ନେଇ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନୀତିଗତ

ଦିଲ୍ଲୀରେ ଆଉ ଚାଲିବନି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି

ନୂଆଦିଲ୍ଲୀ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦିଲ୍ଲୀରେ ପ୍ରଦୂଷଣ ସୀମା ଟପିଥିବାରୁ ସଂପ୍ରତି ସେଠାରେ ସରକାର ପରିବେଶ ସୁଧାରିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ଦିଲ୍ଲୀ ମହାନଗରରେ ୧୦ରୁ ପୁରୁଣା ଡିଜେଲ ଗାଡି ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଚଳାଚଳକୁ ଆଉ

ମହାରାଷ୍ଟ୍ରରେ ପୁଣି ଆରମ୍ଭ ହେବ ବଳଦଗାଡ଼ି ଦୌଡ଼, ସୁପ୍ରିମକୋର୍ଟ ଉଠାଇଲେ ନିଷେଧାଜ୍ଞା

ମୁମ୍ବାଇ ୧୬/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମହାରାଷ୍ଟ୍ରରେ ବଳଦ ଗାଡ଼ି ଦୌଡ଼ଉପରେ ଲଗାଇଥିବା କଟକଣା ଉଠାଇଦେଇଛନ୍ତି ସୁପ୍ରିମକୋର୍ଟ । ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏ ଧରଣର ଅନ୍ୟାନ୍ୟ ପାରମ୍ପରିକ କ୍ରୀଡ଼ା ଦେଶର ଅନ୍ୟ ଅଞ୍ଚଳରେ ଚାଲିଥିବାବେଳେ ମହାରାଷ୍ଟ୍ରରେ ଏହା ଉପରେ କଟକଣା

‘ବିରାଟ’ ପ୍ରସଙ୍ଗରେ ମୁହଁ ଖୋଲିଲେ ଗାଙ୍ଗୁଲି : ‘ମୁଁ ନୁହେଁ ବିସିସିଆଇ ବୁଝିବ’

ମୁମ୍ବାଇ ୧୬/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଯେ ଏ ନେଇ ସବୁକଥା ବିସିସିଆଇ ବୁଝିବ । କୋହଲିଙ୍କ

ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି; ଡିସେମ୍ବର ୧୬ରୁ ସକାଳ ସାଢ଼େ ୫ଟାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି

ପୁରୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୋଭିଡ-୧୯ ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ

ରାଜ୍ୟରେ ୧୦% ବୟସ୍କ ଏବେ ବି ନେଇ ନାହାନ୍ତି କରୋନା ଟିକା

ଭୁବନେଶ୍ବର ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟରେ ବୟସ୍କ ବ୍ୟକ୍ତିମାନଙ୍କ ଉପରୁ କରୋନା ବିପଦ ଟଳିନି। ଏବେ ରାଜ୍ୟରେ କରୋନାରେ ଯେତେ ଲୋକ ମରୁଛନ୍ତି ସେଥିରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ତେଣୁ ବୟସ୍କ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଉପରେ ଗୁରୁତ୍ବ ଦିଆଯାଉଛି। ହେଲେ

୧୧ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ମନ୍ତ୍ର, ଲୋକଙ୍କୁ ଶ୍ରେଷ୍ଠ ଶାସନ ଦିଅ

ବାରାଣସୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରାଣସୀ ଗସ୍ତର ଦ୍ବିତୀୟ ଦିନରେ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ମୋଦୀ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆଗାମୀ ବିଭିନ୍ନ ବିଧାନସଭା ନିର୍ବାଚନ ଲାଗି ଗୁରୁମନ୍ତ୍ର

କୃଷକଙ୍କୁ ହତ୍ୟା ଉଦ୍ଦେଶ୍ୟମୂଳକ – ଏସ୍‌ଆଇଟି

ଲକ୍ଷ୍ନୌ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ ଆନ୍ଦୋଳନରତ କୃଷକଙ୍କୁ ଗାଡ଼ିମଡ଼ାଇ ହତ୍ୟା କରାଯିବା​ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ଏହା ଆଦୌ ଦୁର୍ଘଟଣା କିମ୍ବା ଅସାବଧାନତା ଜନିତ ମୃତ୍ୟୁ ନୁହେଁ; ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ। ଏଭଳି ମତ ଦେଇଛନ୍ତି
error: Content is protected !!
Open chat