କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆଡ୍ମିଶନ୍ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ।
ଯଦି କୌଣସି ହସ୍ପିଟାଲ ଆଡମିଶନ ନ କରେ ତେବେ ଟୋଲ ଫ୍ରି ନଂ-୧୦୦କୁ ଜଣାନ୍ତୁ ବୋଲି ସେ କହିଛନ୍ତି। ତେବେ ମୁଖ୍ୟ ଶାସନ ସଚିବ ଏନେଇ ଟୁଇଟ୍ କରିବା ପରେ ଏହାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ରିଟୁଇଟ୍ କରିଛନ୍ତି। କୌଣସି ହସ୍ପିଟାଲ ଆଡ୍ମିଶନ ନ କଲେ ୧୦୦କୁ ଜଣାନ୍ତୁ।
ବିଶେଷକରି ଭୁବନେଶ୍ୱର ବାହାରୁ ଆସୁଥିବା ରୋଗୀଙ୍କୁ ଆଡମିଶନ ନ କଲେ ଜଣାନ୍ତୁ। କର୍ମଚାରୀଙ୍କୁ ସହାୟତା କରିବାକୁ କୁହାଯାଇଛି ବୋଲି ସିପି କହିଛନ୍ତି