ଖୋଲା ସ୍ଥାନରେ ନମାଜ ପାଠକୁ ସହ୍ୟ କରାଯିବ ନାହିଁ: ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର୍‌

ଚଣ୍ଡୀଗଡ଼ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଗୁରୁଗାଓଁର ଖୋଲା ସ୍ଥାନମାନଙ୍କରେ ନମାଜ ପାଠ କରାଯାଉଛି ବୋଲି କେତେକ ହିନ୍ଦୁ ସଂଗଠନ ଅଭିଯୋଗ କରିବା ପରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର୍‌ କହିଛନ୍ତି ଯେ, ଖୋଲା ସ୍ଥାନରେ ନମାଜ ପାଠ ପ୍ରଥାକୁ ସହ୍ୟ କରାଯିବ ନାହିଁ। ସେ ଆହୁରି

ଏଥର ବି ଆୟୋଜନ ହେବନି ବିିଶ୍ବ ପ୍ରସିଦ୍ଧ ଧନୁଯାତ୍ରା! ବୈଠକ ପରେ ବି ନିଷ୍ପତ୍ତି ଲଟକିଲା

ବରଗଡ଼ ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଏଥର ଧନୁଯାତ୍ରା ହେବ ନା ନାହିଁ, ଏହାର ଜବାବ କାହାରି ପାଖରେ ନାହିଁ। ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସକାଶେ ଆୟୋଜିତ ପ୍ରଥମ ବୈଠକରେ ବି ଏନେଇ କିଛି ନିଷ୍କର୍ସ ବାହାରି ପାରିଲା ନାହିଁ। ତେଣୁ ଧନୁଯାତ୍ରା ଆୟୋଜନ ନିଷ୍ପତ୍ତି ପୁଣି ଲଟକି ରହିଛି।

ନୂଆବର୍ଷରେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ/ଭୁବନେଶ୍ବର ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ନୂଆବର୍ଷରେ ପୁଣି ଥରେ ଜଗନ୍ନାଥପ୍ରେମୀଙ୍କୁ ନିରାଶ ହେବାକୁୁ ପଡ଼ିବ। ସାଧାରଣ ଭକ୍ତଙ୍କୁ ଜଗାଦର୍ଶନ ପାଇଁ ଅନୁମତି ମିଳିବ ନାହିଁ। ଅର୍ଥାତ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ନୂଆବର୍ଷ ଉପ‌ଲକ୍ଷେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ।

ବିମାନ ଭଳି ଏଣିକି ରେଳରେ ଦେଖିବାକୁ ମିଳିବ ‘ଟ୍ରେନ ହୋଷ୍ଟେସ’

ନୂଆଦିଲ୍ଲୀ ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଯଦି ଆପଣ କେବେ ବିମାନରେ ଯାତ୍ରା କରିଥିବେ, ତେବେ ଆପଣ ଜାଣିଥିବେ ଯେ ଯାତ୍ରୀଙ୍କ ସୁବିଧା ପାଇଁ ଏୟାର ହୋଷ୍ଟେସ୍ ଥାଆନ୍ତି । କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ମଧ୍ୟ ବିମାନ ସେବା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି। ଖୁବ୍

୨୫ରେ ପହଞ୍ଚିଲା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଯାଇଛି । ଗୁଜୁରାଟର ଜାମନଗରରେ ଆଉ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ବାହାରିବା ପରେ ମୋଟ ସଂଖ୍ୟା ୨୫ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି

୨୦ ଦିନ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ

ଭୁବନେଶ୍ବର ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକକୁ ନେଇ ବିରୋଧୀ ବିଜେପି

ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା। ଦିଲ୍ଲୀର ବ୍ରାର ସ୍କୋୟାରରେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ କ୍ରିୟା ସମ୍ପନ୍ନ ହୋଇଛି। ଶେଷକୃତ୍ୟ କ୍ରିୟା କାର୍ଯ୍ୟ ୨ ଝିଅ କ୍ରିତିକା ଓ ତାରିଣୀ

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସଂପର୍କିତ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ ୨୩/୧୧/୨୦୨୧ କଳିଙ୍ଗ ଜ୍ୟୋତି : ଲ୍ୟୁଟେନ୍ସ ଦିଲ୍ଲୀରେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସଂପର୍କିତ ଏକ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧିନରେ ଆସୁଥିବା ଏକ ପ୍ଲଟର କିସମ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ଏକ ମାମଲା

ପରମବୀର ସିଂଙ୍କୁ ପଳାତକ ଘୋଷଣା କରି ବାସଭବନରେ ଅଦାଲତ ଲଗାଇଲେ ନୋଟିସ

ମୁମ୍ବାଇ ୨୩/୧୧/୨୦୨୧ କଳିଙ୍ଗ ଜ୍ୟୋତି : ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା

ଭୁବନେଶ୍ବର ୧୩/୧୦/୨୦୨୧ କଳିଙ୍ଗ ଜ୍ୟୋତି : କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି। ଏ ସମ୍ପର୍କରେ ଟ୍ବିଟ୍‌ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
error: Content is protected !!
Open chat