ଆମେରିକାର କୋଭିଡ ଟିକା ‘ମଡର୍ଣ୍ଣା ଭାକ୍ସିନ’ ଉପରେ ଏବେ ଚୀନର‌ ସରକାରୀ ହ୍ୟାକରଙ୍କ ଟାର୍ଗେଟ ! !

0 738
greentech

ଓ୍ୱାସିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୮ : ଆମେରିକାର ଅଗ୍ରଣୀ ଭେଷଜ କମ୍ପାନି ‘ମଡର୍ଣ୍ଣା’ ଦ୍ବାରା ବିକଶିତ କୋଭିଡ୍‌ ଟିକାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ହଡ଼ପ କରିନେବା ପାଇଁ ଚୀନୀ ସରକାରଙ୍କ ସହ ସଂପୃକ୍ତ ସାଇବର ହଡ଼ପକାରୀମାନେ ଉଦ୍ୟମ କରିଥିଲେ ବୋଲି ଆମେରିକୀୟ ସୁରକ୍ଷା ସଂସ୍ଥା ପକ୍ଷରୁ ଜଣାଯାଇଛି। ଆମେରିକାରେ ଦୁଇ ଜଣ ଚୀନୀ ନାଗରିକ ଗୁପ୍ତଚରି କରୁଥିବା ସମ୍ପର୍କରେ ଗତ ସପ୍ତାହରେ ଆମେରିକାର ନ୍ୟାୟିକ ବିଭାଗ ପ୍ରକାଶ କରିଥିଲା। ଏପରିକି ଏହି ଚୀନୀ ଗୁପ୍ତଚରମାନେ ଆମେରିକାରେ ଭେଷଜ ଗବେଷଣା ଚଳାଇଥିବା ତିନିଟି ସଂସ୍ଥାକୁ ନିଶାଣ କରିଥିଲେ ବୋଲି ଆରୋପ କରାଯାଇଥିଲା।

ବିଶେଷ କରି ଗତ ଜାନୁଆରି ମାସରେ ସେମାନେ କୋଭିଡ୍‌ ଟିକା ଉପରେ ଗବେଷଣା ଚଳାଉଥିବା ମାସାଚ୍ୟୁଟ୍‌ସ ସ୍ଥିତ ଏକ ଜୈବିକ ଫାର୍ମର କମ୍ପ୍ୟୁଟର ନେଟ୍‌ଵର୍କରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଅପରପକ୍ଷେ, ମାସାଚ୍ୟୁଟ୍‌ସରେ ସ୍ଥାପିତ ମଡର୍ଣ୍ଣା କମ୍ପାନି ଗତ ଜାନୁଆରିରେ ହିଁ ଏକ ଟିକା ବିକାଶ କରୁଛି ବୋଲି ଘୋଷଣା କରିଥିଲା। ମହାମାରୀ କୋଭିଡ୍‌ର ମୁକାବିଲା ପାଇଁ ମଡର୍ଣ୍ଣା ଦ୍ବାରା ବିକଶିତ ଟିକା ହିଁ ଟ୍ରମ୍ପ୍‌ ପ୍ରଶାସନର ଅମୋଘ ଅସ୍ତ୍ର ଭାବେ ବିବେଚିତ ହେଉଥିବା ବେଳେ କମ୍ପାନି ନିଜର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ କୌଣସି ପ୍ରକାର ତଥ୍ୟଚୋରି ପ୍ରତି ପ୍ରଥମରୁ ସତର୍କ ରହିଥିଲା।

Leave A Reply

Your email address will not be published.

3 × 4 =

error: Content is protected !!
Open chat