![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୟୁନିଟ୍-୧ ହାଟକୁ ବୁଧବାର ଦିନ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୋଲିସ ସିଲ୍ କରିଛି । କୋଭିଡ୍ ନିୟମର ଉଲଙ୍ଘନ ହେଉଥିବାରୁ ବିଏମ୍ସି ଏନଫୋର୍ସମେଣ୍ଟ ଟିମ୍ ଏହି ଖୁଚୁରା(ରିଟେଲ) ଓ ପାଇକାରୀ (ହୋଲ୍ସେଲ୍) ବଜାରକୁ ଜୁଲାଇ ୧ ତାରିଖ ଯାଏ ବନ୍ଦ କରିଛନ୍ତି । ସଂକ୍ରମଣ ବଢିବା ଆଶଙ୍କାରେ ଏହାକୁ ତତ୍କାଳ ବନ୍ଦ କରି ଦିଆଯାଇଛି ।
![](https://i0.wp.com/kalingajyoti.com/wp-content/uploads/2021/06/4-17.jpg?resize=609%2C572&ssl=1)
ବିଏମସି ଦକ୍ଷିଣ ପୂର୍ବ ଜୋନ୍ ଓ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ବୁଧବାର ସକାଳୁ ୟୁନିଟ୍-୧ ହାଟରେ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଅଧିକାଂଶ ଦୋକାନୀ ଓ ଲୋକେ କୋଭିଡ୍ ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା । ଶହ ଶହ ଲୋକେ ଏଠାରେ ଏକାଠି ହେଉଥିବା ଦେଖିବାକୁ ମିିଳିଥିଲା ଏଣୁ ବିଏମସି ପକ୍ଷରୁ ୟୁନିଟ୍-୧ ହାଟକୁ ବନ୍ଦ ନୋଟିସ୍ ମରାଯାଇଥିଲା । ଜୁଲାଇ ୧ ତାରିଖ ଯାଏ ବଜାର ବନ୍ଦ କରି ରଖିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି।