ଶାହାଙ୍କ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରପ୍ପା କରୋନା ପଜିଟିଭ ଚିହ୍ନଟ : ନିଜେ ଟୁଇଟ କରି ସୂଚନା ଦେଲେ ; ବେଙ୍ଗାଲୁରର କାବେରୀ ମେଡିକାଲରେ ଭର୍ତ୍ତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଙ୍ଗାଲୁରୁ ୦୩/୦୮: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦ୍ୟୁରପ୍ପା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।ରିପୋର୍ଟ ପଜିଟିଭ୍ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସହ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟିନ୍ରେ ରହିବାକୁ ସେ ଅନୁରୋଧ କରିଛନ୍ତି।କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଟୁଇଟ କରି ଏହି ସୂଚନା ଦେଇଛନ୍ତି ୭୭ବର୍ଷ ବୟସ୍କ ୟେଦିୟୁରପ୍ପା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି । ତେବେ ଡାକ୍ତରଙ୍କ ପରାମର୍ଶ ପରେ ସେ ବେଙ୍ଗାଲୁର ସ୍ଥିତ ମନିପାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତାଙ୍କ ସଂପର୍କରେ ଆସିଥିବା ସମସ୍ତଙ୍କୁ ସେଲଫ କ୍ୱାରେନଟିନରେ ରହି ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ଅପିଲ କରିଛନ୍ତି ୟେଦୟୁରପ୍ପା । ଗତ ଶୁକ୍ରବାର କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ଆଲୋଚନା କରିଥିଲେ । ସେହି ସମୟରେ ରାଜ୍ୟ ଗୃହମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ଉପସ୍ଥିତ ରହିଥିଲେ । ସେପଟେ ତାମିଲନାଡୁ ରାଜ୍ୟପାଳ ବନବାରୀଲାଲ ପୁରୋହିତ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତି କରାଯାଇଛି । ଦେଶର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ୟେଦିୟୁରପ୍ପା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତମାସରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସା ହେଉଛନ୍ତି ।