ଭୁବନେଶ୍ଵର : କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ଵର ମହାନଗର ନିଗମ ରାଜଧାନୀର ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସ୍ ଓ ଶ୍ରୀୟା ଟକିଜ୍ ଛକ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଶାଖା ଏବଂ କଟକ ରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାକୁ ସିଲ୍ କରିଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)-୧ ଅଫିସ୍ରୁ ୪ ଜଣ ଓ ଆଇସିଆଇସି ବ୍ୟାଙ୍କରେ ୧୫ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ବିଏମସି।
ସେହିପରି ଫୁଲନଖରା ପାଖରେ ଥିବା ଗତି କୋରିୟର ଗୋଦାମରୁ ୨ ଜଣ କରୋନା ପଜିଟିଭ୍ ବାହାରିଛନ୍ତି । ଏହି କାରଣରୁ ଗତି ଗୋଦାମରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମ୍ସି ଗତି କୋରିୟର ଅଫିସ୍କୁ ସିଲ୍ କରିବା ସହ ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛି ।
ଏନେଇ ଟୁଇଟ୍ ଯୋଗେ ବିଏମ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।